ଜନଗଣନା ସରିବା ଭିତରେ ଏମିତି କେତୋଟି ମୁଣ୍ଡ ଗଡ଼ିବ କିଏ କହିବ ? ସରକାର ଖାଲି ମିଡ଼ିଆରେ କହିଦେଲେ ଲାଭ କିଛି ହେବନି। ତଳସ୍ତର ପର୍ଯ୍ୟନ୍ତ ଆଦେଶ ପହଞ୍ଚିବା ଦରକାର। କାମ ସାରିବା ବାହାନାରେ ଟାଳଟୁଳନୀତି ଠିକ୍ ନୁହେଁ। ମୟୁରଭଞ୍ଜ, ବେତନଟି ବ୍ଲକ କେ.ଭି. ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ରାଜକପୁର ହେମ୍ବ୍ରମ, ସୁନ୍ଦରଗଡ଼, ଗୁରୁଣ୍ଡିଆ ବ୍ଲକ ଜଲଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଅନୁରାଗ ଏକ୍କା, suresh k pujari ଙ୍କର ଇତିମଧ୍ୟରେ ଦେହାନ୍ତ ହୋଇ ସାରିଲାଣି, ତଥାପି ସରକାର ଚେତୁନାହାନ୍ତି। ଏତେ ବଡ଼ ଖରାରେ କ'ଣ ଶିକ୍ଷକ ଏବେବି ସ୍କୁଲ ସାରି ଜନଗଣନା (Cencus) କରିବା ପାଇଁ ନିର୍ଦ୍ଦେଶ ଦେବେ ? ବିଚାର କରନ୍ତୁ!


