ଜମି କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ! ଟଙ୍କା ମାଗିବାରୁ ମିଳିଲା ଗାଳି ଓ ଧମକ। ଶେଷରେ ପୋଲିସ ଜାଲରେ ଛନ୍ଦି ହେଲେ ଠକ। ଭୁବନେଶ୍ୱର ଭରତପୁର ଥାନା ପୋଲିସ ଜଣେ ପୁରୁଖା ଜମି ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଘଟଣାଟି ହେଉଛି ପାତ୍ରପଡା ସ୍ଥିତ ଭି-୨ ଅଞ୍ଚଳର। ୨୦୧୨ ମସିହାରେ ଏକ ଜମି କିଣିବା ପାଇଁ ଅଭିଯୋଗକାରୀ, ପ୍ରତାପ ଚନ୍ଦ୍ର ମହାପାତ୍ରଙ୍କୁ ୪ ଲକ୍ଷ ଟଙ୍କା ଦେଇଥିଲେ। ମାତ୍ର ପ୍ରତାପ ଜମି ନଦେଇ ଟଙ୍କା ହଡ଼ପ କରିବାକୁ ବସିଥିଲେ। ଟଙ୍କା ଫେରସ୍ତ ପାଇଁ ଦେଇଥିବା ଚେକ୍ ମଧ୍ୟ ବାଉନ୍ସ ହୋଇଥିଲା।
ଏନେଇ ଅଭିଯୋଗ ପରେ, ଭରତପୁର ପୋଲିସ ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବରମୁଣ୍ଡା ବସ ପାର୍କିଂ ଅଞ୍ଚଳରେ ଚଢଉ କରିଥିଲା। ପୋଲିସ ଅଭିଯୁକ୍ତ ପ୍ରତାପ ଚନ୍ଦ୍ର ମହାପାତ୍ରଙ୍କୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଛି।


