ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ହୋଇଥିବା ବେଳେ, ସାନଖେମୁଣ୍ଡି ଅଞ୍ଚଳରେ ଖୁସିର ଲହରୀ ଦେଖିବାକୁ ମିଳିଛି।
ଇଂ ପାଣିଗ୍ରାହୀ ଦୀର୍ଘଦିନ ଧରି ଦଳ ସହିତ ସକ୍ରିୟ ଭାବେ ଜଡିତ ରହି ସଂଗଠନକୁ ଶସକ୍ତ କରିବାରେ ଉଲ୍ଲେଖନୀୟ ଅବଦାନ ରଖି ଆସୁଥିବାରୁ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିବା କୁହାଯାଉଛି।
ଏହି ମନୋନୟନ କୁ ନେଇ ଦଳୀୟ କର୍ମୀ ଓ ସମର୍ଥକମାନେ ଅଭିନନ୍ଦନ ଜଣାଇଥିବା ବେଳେ, ତାଙ୍କର ନେତୃତ୍ୱରେ ଦଳ ଆହୁରି ସୁଦୃଢ଼ ହେବ ବୋଲି ଆଶା ପ୍ରକାଶ ପାଇଛି।
ଏହି ଅବସରରେ ଇଂ ଉତ୍ତମ କୁମାର ପାଣିଗ୍ରାହୀ ନିଜ ମତପ୍ରକାଶ କରି ରାଜ୍ୟ ସଭାପତି ମନମୋହନ ସାମଲ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଓ ରାଜ୍ୟର ସମସ୍ତ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ଦଳ ତାଙ୍କ ଉପରେ ଯେଉଁ ଆସ୍ଥା ରଖିଛି, ସେହି ଆସ୍ଥାକୁ ସଫଳ କରିବା ପାଇଁ ସେ ଆଗାମୀ ଦିନରେ ଅଧିକ ସମର୍ପିତ ଭାବନା ସହିତ କାମ କରିବେ ।


