ଧରାକୋଟ,31/3/26
ଧରାକୋଟ ବ୍ଲକର ସମ୍ମିଳନୀ କକ୍ଷରେ ପଞ୍ଚାୟତ ସମିତି ସ୍ତରୀୟ ଏମ ଜି ଏନ ଆର ଇ ଜି ଏ,ସମଗ୍ର ଶିକ୍ଷା,ଉଦ୍ୟାନ ବିଭାଗ,ମୃତ୍ତିକା ସଂରକ୍ଷଣ ବିଭାଗ ଓ ଜଙ୍ଗଲ ବିଭାଗର ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଉପ ଜିଲ୍ଲାପାଳ ଛତ୍ରପୁର ପାର୍ଥ ସାରଥୀ ହାଁସଦା, ବି ଡି ଓ ସଂଗ୍ରାମ କେଶରୀ ଜେନା, ଏ ବି ଡି ଓ ସୁଶିଲ ପଟନାୟକ, ସହକାରି ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ,ବି ଇ ଓ ରମେଶ ଚନ୍ଦ୍ର ସାହୁ, ଏ ବି ଇ ଓ ସୌରୀ ଶଙ୍କର ବେହେରା, ଏ ପି ଓ ନନ୍ଦିନୀ ଦାସ, ବି ଏସ ଏ ଭଗବାନ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥିରେ 2025-26 ଆର୍ଥିକ ବର୍ଷରେ ଏପ୍ରିଲ ମାସ ଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମନରେଗା ଯୋଜନାରେ ହୋଇଥିବା କାର୍ଯ୍ୟ ଗୁଡ଼ିକର ସମୀକ୍ଷା କରାଯାଇଥିଲା । ଏହି ସମୟସୀମା ମଧ୍ୟରେ ତିନି ଲକ୍ଷ ପଚିଶ ହଜାର ନଅସହ ଷାଠିଏ ଗୋଟି ଶ୍ରମ ଦିବସ ସୃଷ୍ଟି ହୋଇଥିବା ବେଳେ 135 ଜଣ ଜବକାର୍ଡ ଧରି 100 ଦିନର କାମ ସମ୍ପୂର୍ଣ୍ଣ କରିଥିବା ଜଣାଯାଇଛି । ସେହିପରି ସମଗ୍ରଶିକ୍ଷାର 28 ଗୋଟି ବିଦ୍ୟାଳୟର ସମୀକ୍ଷା କରାଯାଇଥିଲା। ଅନ୍ୟ ଲାଇନ ବିଭାଗ ମଧ୍ୟରେ ମୃତ୍ତିକା ସଂରକ୍ଷଣ,ଉଦ୍ୟାନ ଓ ଜଙ୍ଗଲ ବିଭାଗର କାର୍ଯ୍ୟର ସମୀକ୍ଷା କରାଯାଇଥିଲା।ଧରାକୋଟ ବ୍ଲକ ର ସ୍ପେସିଆଲ ଏଡିଟ ଅଧୂକାରୀ କହିଥିଲେ ଯେ ସମସ୍ତ ପଞ୍ଚାୟତରେ ଗ୍ରାମସଭା ର ଗୁରୁତ୍ବ ଦିଆ ଯାଉ ନଥିବା ବେଳେ ପ୍ରକୁତ ଶ୍ରମିକ ଚିହ୍ନଟ ଓ ମାଷ୍ଟର ରୁଲ ଉପରେ ଫୋକଷ ଦେଇଥିଲେ I ଶେଷ ପର୍ଯାୟ ରେ ଆମେ ଜାଣିବା ଆମ ବଜେଟ ର ସଚେତନ କାର୍ଯ୍ୟକ୍ରମ ର ଶୁଭଆରମ୍ଭ କରାଯାଇଥିଲା I କାର୍ଯ୍ୟକ୍ରମରେ ଏ ସି ପି ଅମେସ ବେହେରା,ସଞ୍ଜୀବ ରାଉଳ,ଦୀପକ ପଟ୍ଟନାୟକ ଓ ଆଶୁତୋଷ ପ୍ରଧାନ ସହଯୋଗ ପ୍ରଦାନ କରିଥିଲେ। ଏ ବି ଡି ଓ ସୁଶିଲ ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


