Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

Mukesh Ambani Record: ଏକ ନମ୍ବର ଧନୀ ମୁକୁଟ ବଜାୟ ରଖିଲେ ମୁକେଶ


ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନୀ ଭାରତର ଏକ ନମ୍ବର ଧନୀ ମୁକୁଟ ବଜାୟ ରଖିଛନ୍ତି। ତାଲିକାର ଦ୍ବିତୀୟ ସ୍ଥାନରେ ଆଦାନୀ ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନୀ ରହିଛନ୍ତି। ହୁରୁନ ବିଶ୍ବ ଧନୀ ତାଲିକା ୨୦୨୬ ଅନୁସାରେ ମୁକେଶଙ୍କ ସମ୍ପତ୍ତି ୯ ପ୍ରତିଶତ ବଢ଼ି ୯.୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଆଦାନୀଙ୍କ ସମ୍ପତ୍ତି ଏହି ସମୟରେ ୧୪ ପ୍ରତିଶତ ବଢ଼ି ୭.୫ ଲକ୍ଷ କୋଟି ଟଙ୍କା ରହିଛି। ଧନୀ ଭାରତୀୟ ଭାବେ ତୃତୀୟ ସ୍ଥାନରେ ଏଚ୍‌ସିଏଲ୍‌ ଟେକ୍‌ର ରୋଶନି ନାଦର ମଲହୋତ୍ରା ରହିଛନ୍ତି। ତାଙ୍କ ସମ୍ପତ୍ତି ୧୦ ପ୍ରତିଶତ ହ୍ରାସ ପାଇ ୩.୨ ଲକ୍ଷ କୋଟି ଟଙ୍କା ରହିଛି। ୩ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ସହ ସିରମ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ପ୍ରତିଷ୍ଠାତା ସାଇରସ୍‌ ପୁନାୱାଲା ରହିଛନ୍ତି। ପଞ୍ଚମ ସ୍ଥାନରେ କୁମାର ମଙ୍ଗଳମ ବିର୍ଲା।  କୁମାର ମଙ୍ଗଳମ ବିର୍ଲାଙ୍କ ପାଖରେ ୨.୫ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ହୁରୁନ ରିପୋର୍ଟ ଅନୁସାରେ ଭାରତରେ ୩୦୮ ଜଣ ବିଲିଓନେୟାର ରହିଛି। ଅର୍ଥାତ ସେମାନଙ୍କ ପାଖରେ ୧୦୦ କୋଟି ଡଲାରରୁ ଅଧିକ ସମ୍ପତ୍ତି ରହିଛି। ଏହି ବିଲିଓନେୟାରମାନଙ୍କ ପାଖରେ ମୋଟ୍‌ ୧୧୨ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ଅଛି। ବିଲିଓନେୟାର ସଂଖ୍ୟା ଦୃଷ୍ଟିରୁ ଆମେରିକା ଓ ଚୀନ୍‌ ପରେ ଭାରତ ତୃତୀୟ ସ୍ତାନରେ ରହିଛି। କେବଳ ପ୍ରଯୁକ୍ତିବିଦ୍ୟା ଓ ଔଷଧ ନୁହେଁ, ଅଟୋମୋବାଇଲ୍‌, ସ୍ବାସ୍ଥ୍ୟ ସେବା ଓ ଆର୍ଥିକ ସେବା କ୍ଷେତ୍ରରେ ମଧ୍ୟ ନୂଆ ନୂଆ ବିଲିଓନେୟାର ସୃଷ୍ଟି ହେଉଛନ୍ତି।


 

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS