ଧରାକୋଟ ବ୍ଲକର ସରଧାପୁର କ୍ଳଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁସରାବ ର ଛାତ୍ରୀ ଆଦ୍ୟା ଆଶ୍ରିତା ଚଳିତ 2026 ବର୍ଷ ପାଇଁ ଜବାହର ନବୋଦୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ିବା ପାଇଁ ଚୟନ ହୋଇଥିବାରୁ ବିଦ୍ୟାଳୟରେ ଖୁସିର ଲହରୀ ଖେଳିଯାଇଛି। ଆଜି ଏହି ଅବସରରେ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବିଭୁତି ଭୁଷଣ ପାତ୍ର, ସି ଆର ସି ସି କିରଣ ବାଳା ନାୟକ, ତାଙ୍କ ମାତା ରାଜଶ୍ରୀ ନାୟକ,ପିତା ପବିତ୍ର ମୋହନ ନାୟକ,ଶିକ୍ଷକ ରମେଶ ଚନ୍ଦ୍ର ବେହେରା,ସଞ୍ଜୟ ଡାକୁଆ,ବିଚିତ୍ରାନନ୍ଦ ପଲେଇ ଶିକ୍ଷୟତ୍ରୀ ରାଜ କୁମାରୀ ନାୟକ,କଲ୍ୟାଣୀ ତ୍ରିପାଠୀ, ଶ୍ୱେତାପଦ୍ମା ବେହେରାଙ୍କ ଉପସ୍ଥିତି ରେ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଶିକ୍ଷଣୀୟ ସାମଗ୍ରୀ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରକାଶ ଯୋଗ୍ୟ ସେ ଧରାକୋଟ ବ୍ଲକ ରୁ ଜଣେମାତ୍ର ଛାତ୍ରୀ ଭାବରେ ନବୋଦୟ ବିଦ୍ୟାଳୟ ପାଇଁ ମନୋନୀତ ହୋଇଛନ୍ତି ।


