Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ଭୂ-ବୈଜ୍ଞାନିକ ହେଲେ ଓଡ଼ିଆ ପୁଅ ମନୋଜ ; ସର୍ବ ଭାରତୀୟ ସ୍ତରରେ ତୃତୀୟ



 ଭୂ ବୈଜ୍ଞାନିକ ହେଲେ ସୋରଡ଼ା ବ୍ଳକ ମେରିକୋଟ ଗ୍ରାମର ରାଧାନାଥ ସ୍ୱାଇଁ ଙ୍କ ପୁଅ ମନୋଜ ସ୍ୱାଇଁ। ଚଳିତ ୟୁପିଏସସି (ସିଜିଏସଇ )୨୦୨୬ ପରୀକ୍ଷା ରେ ସର୍ବ ଭାରତୀୟ ସ୍ତରରେ ତୃତୀୟ ସ୍ଥାନ ରଖିଛନ୍ତି।ଚଳିତ ବର୍ଷ ସର୍ବ ଭାରତୀୟ ସ୍ତରରେ କେବଳ ଛଅ ଟି ପଦବୀ ପାଇଁ ପ୍ରବେଶିକା ପରୀକ୍ଷା ହୋଇଥିବା ବେଳେ ମନୋଜ ତୃତୀୟ ସ୍ଥାନ ରଖି ଉତ୍ତୀର୍ଣ୍ଣ ହୋଇ ଥିବା ଜଣାପଡ଼ିଛି। ଏନେଇ ୧୬ ଅକ୍ଟୋବର ଶୁକ୍ରବାର ଦିନ ପରୀକ୍ଷା ଫଳ ବାହାରିଛି । ତେବେ ସେ ଓଡିଶାରୁ ଏକମାତ୍ର ଓଡ଼ିଆ ଭାବେ ଚଳିତ ବର୍ଷ ୟୁପିଏସସି (ସିଜିଏସଇ )ପ୍ରବେଶିକା ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ମନୋଜ ସୋରଡ଼ା ବ୍ଳକର ଉପାନ୍ତ ଅଞ୍ଚଳ ମେରିକୋଟ ଗ୍ରାମର ଏକ ଚାଷୀ ପରିବାରୁ ଆସି ସର୍ବ ଭାରତୀୟ ସ୍ତରୀୟ ଏପରି କଠିନ ପ୍ରବେଶିକାରେ ପାସ ହୋଇଥିବା ଯୋଗୁଁ ଅଂଚଳରେ ଖୁସିର ଦେଖା ଦେଇଛି। ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷାବିତ ଓ ଗ୍ରାମବାସୀ ତାଙ୍କୁ ନେଇ ଗର୍ବ ଅନୁଭବ କରୁଥିବା କହି ଶୁଭେଚ୍ଛା ଜଣାଇଛନ୍ତି। ଏହି ପରିପ୍ରେକ୍ଷୀରେ ସୋରଡା ବିଧାୟକ ନୀଳମଣି ବିଷୋୟୀ ମଧ୍ୟ ମନୋଜଙ୍କ କୃତିତ୍ଵ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS