ଧରାକୋଟ ଗଡର ପ୍ରସିଦ୍ଧ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଧରାକୋଟ ଥାନାରେ ଅନୁଷ୍ଠିତ ହୋଇଯାଇଛି । ଆସିକା ପୁଲିସ ଉପଖଣ୍ଡ ଅଧିକାରୀ ସୌରଭ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି ଯୋଗଦେଇଥିବା ବେଳେ ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ ବୈଠକ କୁ ପରିଚାଳନା କରିଥିଲେ । ଭାରପ୍ରପ୍ତ ଥାନା ଅଧିକାରୀ ଅଞ୍ଜଳି ବେହେରା ଉପସ୍ଥିତ ରହି ଥିଲେ । ଏ ଥିରେ ମୁଖ୍ୟତଃ ଯାତ୍ରାର ସୁପରିଚାଳନା ,ଟ୍ରାଫିକ ବ୍ୟବ୍ୟସ୍ତା,ଜନ ଗହଳି ର ସଠିକ୍ ନିୟନ୍ତ୍ରଣ,ପରିମଳ ର ସୁବ୍ୟବସ୍ଥା,ଠାକୁର ଦର୍ଶନରେ ସୁବନ୍ଦୋବସ୍ତ ପାଇଁ ବୈଠକରେ ଆଲୋଚନା ହୋଇଥିବା ବେଳେ ଅସାମାଜିକ ଏବଂ ମଦ୍ୟପ ଓ ଯାତ୍ରାରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବl ସହ ସବୁଠାରୁ ଗୁରୁର୍ତ୍ୱପୂର୍ଣ ପ୍ରସଙ୍ଗ ଉଠିଥିଲା ରଥ ଝିକିବା ସମୟ ରେ ଢ଼ାଉକ ଙ୍କ ଅଶ୍ଳୀଳ ଭାଷା ରେ ଢଗଢମାଳି କିମ୍ବା ଗୀତ ନ ଗାଈ ବା ପାଇଁ ଏସ. ଡି. ପିଓ ଓ ସ୍ଥାନୀୟ ପ୍ରଶାସନ କଡାଚେତାବନୀ ଦେଇଥିଲେ । ଏହା କୁ ନେଇ କିଛି ସମୟ ତର୍ଜନା ମାର୍ଜନା ହୋଇଥିଲା l କାରଣ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଙ୍କ ଭିଡ ଭିତରେ ଗୋଟିଏ ପରିବାର ର ଲୋକ ଏବଂ ସ୍ତ୍ରୀ ପୁରୁଷ ଙ୍କ ଉପସ୍ଥିତ ରେ ରଥ କୁ ଗଡ଼ାଇବା ବାହାନାରେ ଅଶ୍ଳୀଳ ଢଗ ଢମାଳି ଗାନ କରିବା ଏକ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି l ଅନ୍ୟ ପଟେ ସ୍ଥାନିୟ ରେ ଚର୍ଚ୍ଚା ର ବିଷୟ ପାଲଟି ଛି ପାରମ୍ପରିକ ଅଶ୍ଳୀଳ ଢଗ ଢମାଳି ଯଦି ଗାନ ନ ହେବ ରଥ ଗଡିବ କିପରି ! ଏହି ବୈଠକରେ ଜଗନ୍ନାଥ ମନ୍ଦିର ଦେବୋତ୍ତର ଗୁମସ୍ତା କାଳିଆ ବେହେରା ଯାତ୍ରା ପରିଚାଳନା କମିଟି ସଭ୍ୟ ସୁନିଲ ସ୍ୱାଇଁ,ସୁନିଲ ଗୌଡ଼ ପ୍ରମୁଖ ଯୋଗ ଦେଇ ଯାତ୍ରାକୁ ସଠିକ ଭାବେ ପରିଚାଳନା ପାଇଁ ପରାମର୍ଶ ଦେଇଥିଲେ ଏହାସହ ଧରାକୋଟ ବିଡ଼ିଓ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ମଧ୍ୟ ରଥ ଯାତ୍ରା ପାଇଁ ଏ. ଭି. ଡି. ଓ ଭବାନୀ ଶଙ୍କର ପ୍ରଧାନଙ୍କ ସଭାପତିତ୍ବରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ସ୍ୱାଇଁ ଏହି ବୈଠକରେ ଯୋଗ ଦେଇ ସମସ୍ତ ଲାଇନ୍ ବିଭାଗ ଯାତ୍ରାକୁ ସହଯୋଗ କରିବା ପାଇଁ ବୈଠକ ରେ ମତ ଦେଇ ଥିଲେ ।


