ଆଜି ସାବା ପଞ୍ଚାୟତରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି | ଉକ୍ତ କାର୍ଯ୍ୟକ୍ରମଟି ସାବା ପଞ୍ଚାୟତର ପଞ୍ଚାୟତ ଭବନ ଠାରେ ଦୁତୀୟ ଥର ପାଇଁ ସକାଳ ୭ ଘଣ୍ଟା ଠାରୁ ସକାଳ ୧୦ ଘଣ୍ଟା ପର୍ଯ୍ୟନ୍ତସମୟ ନିର୍ଧାରିତ ହୋଇଥି ବେଳେ କାର୍ଯ୍ୟକ୍ରମ ସକାଳ ୯:୧୦ମି. ରେ ଆରମ୍ଭ ହୋଇ ସକାଳ ୧୦:୧୫ମି. ରେ ଶେଷ ହୋଇଥିବା ଦେଖିବାକୁ ମିଳିଛି |ବିଡମ୍ବନାର ବିଷୟ ଏହି କିଯେ ଜଣ ଶୁଣାଣି ଖବର ନପାଇ ଲୋକେ ଅସନ୍ତୋଷ ଦେଖିବାକୁ ମିଳିଥିଲା |କାର୍ଯ୍ୟକ୍ରମରେ ଧରାକୋଟ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କ ଅସୁବିଧା ବୁଝିବା ସହ ଆସୁ ସମାଧାନର ପନ୍ଥା ତିଆରି କରିଥିବା ଦେଖିବାକୁ ମିଳିଛି | ଉକ୍ତ କାର୍ଯ୍ୟକ୍ରମରେ ଧରାକୋଟ ତହସିଲଦାର ଶ୍ରୀ ଲମ୍ବୋଦର ମାରାଣ୍ଡି ,ଅତିରିକ୍ତ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଭବାନୀ ଶଙ୍କର ପ୍ରଧାନ ,ସିଡିପିଓ ମେଡମ,ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଅଞ୍ଜନ କୁମାର ଦାସ,ଗୃହ ପ୍ରକଳ୍ପ ଉର୍ଣ୍ଣୟନ ଅଧିକାରୀ କୃଷ୍ଣକାନ୍ତ ପଣ୍ଡା,ଶ୍ରମ ଅଧିକାରୀ,ଏ.ପି.ଓ ନନ୍ଦିନୀ ଦାସ, ଡବ୍ଲୁ.ଇ.ଓ. ଅନନ୍ୟ ପଣ୍ଡା,ଏ.ସି.ପି ଅମରେଶ ବେହେରା,କୃଷି ବିଭାଗରୁ ବିଶ୍ୱଜିତ ବେହେରା,ଯୋଗାଣ ଅଧିକାରୀ,ନାଗରିକ ସୁରକ୍ଷା ଅଧିକାରୀ,ଶକ୍ତି ବିଭାଗ,ରାଜସ୍ବ ବିଭାଗ,ପଞ୍ଚାୟତ ଅଧିକାରୀ ବିଶ୍ୱଜିତ ମଲ୍ଲିକ,ଏ.ଡି.ଇ.ଓ ଦୁଷ୍ମନ୍ତ ଖାଡଙ୍ଗା,ସରପଞ୍ଚ ସୁଲେମାନ ମଣ୍ଡଳ, ସମିତି ସଭ୍ୟ ପ୍ରତିନିଧି ଶ୍ରୀ ମନୋଜ କୁମାର ପତ୍ର,ନ୍ୟାୟ ସରପଞ୍ଚ ସୁଗ୍ରୀବ ନାଇକ,ସମାଜ ସେବି ବିଜୟ ନାୟକ,ଦୁଷ୍ମନ୍ତ ନାୟକ ଓ ଅନେକ ସ୍ବେଚ୍ଛାସେବୀଙ୍କ ସହ ଅନେକ ବରିଷ୍ଠ ରାଜନେତା କର୍ମୀଙ୍କ ମିଳିତ ଉପସ୍ଥିତ ଥିବା ଦେଖିବାକୁ ମିଳିଛି | ସୂଚନା ଥାଉକି ସରକାରଙ୍କ ଏଭଳି ଜନ ଶୁଣାଣି କାର୍ୟ୍ଯକରମର ମୁଖ୍ୟ ଉଦ୍ଧେଷ୍ୟ ଲୋକଙ୍କ ସମସ୍ୟାକୁ ମୂଳରୁ ଉତ୍ପାଟନ କରିବା ଏବଂ ସମସ୍ତ ସରକାରୀ ସୁବିଧା ଲୋକଙ୍କ ପାଖକୁ ସୁବିଧାରେ ପହଞ୍ଚାଇବା ମାତ୍ର ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ସାବା ପଞ୍ଚାୟତରେ | ଉକ୍ତ କାର୍ଯ୍ୟକ୍ରମରେ ମାତ୍ର ୧୧ ଜଣ ଅଭିଯୋଗ କାରି ପହଁଚି ଅଭିଯୋଗ ଦାଖଲ କରିଥିବା ଦେଖିବାକୁ ମିଳିଛି | ଲୋକଙ୍କ ସମସ୍ୟା ମଧ୍ୟରେ ବାର୍ଦ୍ଧକ୍ୟ ଭାତ,ରାସନ କାର୍ଡ, ପି.ମ.ଆବାସ,ସାମୁହିକ ସମସ୍ୟା ଭଳି ଅନେକ ସମସ୍ୟା ଆସିଥିବା ସୂଚନା ଅତିରିକ୍ତ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଭବାନୀ ଶଙ୍କର ପ୍ରଧାନ ଦେଇଥିଲେ | ଜଣେ ଅଭିଯୋଗ କାରିଣୀ ତନୁ ନାୟକଙ୍କ ବାସ ଗୃହ ନଥିବା ବେଳେ ବାରମ୍ବାର ଅଭିଯୋଗ କରିଥିଲେବି କୌଣସି ସଫଳ ମିଳିନଥିବା କହିଥିଲେ | ଉକ୍ତ କାର୍ଯ୍ୟ କ୍ରମରେ ସମସ୍ତ କର୍ମଚାରି ନିଜ ହେଡ଼କ୍ଵାଟର ଛାଡି ସମୟ ଅତିବାହିତ କରି ଲୋକ ସେବାରେ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ସମାଧାନ କରିବାରେ ସଫଳତା ହାସିଲ କରିଥିବା ଦେଖିବାକୁ ମିଳିଛି |ସରକାରଙ୍କ ଏଭଳି କାର୍ଯ୍ୟକ୍ରମକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଥିବା ସହ ସେମାନଙ୍କ କହିବା କଥା ଯଦି ସଠିକ ସମୟରେ ଲୋକଙ୍କ ପର୍ଯ୍ୟନ୍ତ ଖବର ପହଂଚି ପାରିଥାନ୍ତା ଅସ୍ଥିକ ସମୟରେ ସମସ୍ତ ଅଧିକାରୀ ଉପସ୍ଥିତ ହୋଇପାରିବେ ତେବେ ଏହି କାର୍ଯ୍ୟକ୍ରମରେ ନିଶ୍ଚୟ ଲୋକଙ୍କ ସମସ୍ୟା ସମାଧାନ ହୋଇପାରିବ |


