ଟେଣ୍ଡର ନହେବା ପଛ ର କାରଣ କଣ....??
ଗଞ୍ଜାମ ଜିଲ୍ଲାର ଅଧି
କାଂଶ ବାଲି ଘାଟ ଓ ପଥର ଖାଦାନର ଲିଜ ର ସମୟ ସୀମା ସରିଯାଇଛି। ଜିଲ୍ଲା ର ଅଧିକାଂଶ ବାଲି ଘାଟରୁ ବେଆଇନ ଭାବେ ବାଲି ଉତ୍ତୋଳନ ହେଉଛି। ସେହି ପରି ବହୁ ପଥର ଖାଦାନର ଲିଜ ର ସମୟ ସରିଯାଇଛି। ଜିଲ୍ଲାର ସ୍ଥାନୀୟ ନେତାଙ୍କ ସହ ହାତକୁ ହାତ ମିଶାଇ ମାଫିଆ ମାନେ ଲଘୁ ଖଣିଜ ଦ୍ରବ୍ୟ ଲୁଟିବାରେ ଲାଗିଛନ୍ତି। ଗଞ୍ଜାମ ଜିଲ୍ଲା ଲଘୁ ଖଣିଜ ଦ୍ରବ୍ୟ ଲୁଟ ରେ ସାରା ରାଜ୍ୟରେ ପ୍ରଥମ ହେବ ବୋଲି ସାଧାରଣ ରେ ଆଲୋଚନା ହେଉଛି। ପଥର ଖାଦାନ ଉପରେ ରାଜସ୍ବ ବିଭାଗ ସର୍ବେ ସର୍ବା ହୋଇଥିବା ଯୋଗୁଁ ସ୍ଥାନୀୟ ତହସିଲଦାର ଙ୍କ ଭୂମିକା ଏବେ ସନ୍ଦେହ ଘେରରେ ରହିଛି। ଲିଜ ସରିଥିବା ପଥର ଖାଦାନ ପାଇଁ ସରକାରୀ ନିଦ୍ଧେଶ ଆସିନଥୁବା ର ଆଳ ଦେଖାଇ ବେଆଇନ ପଥର ମୋରମ ଲୁଟ ହେଉଛି। ସରକାର ଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ରାଜସ୍ବ ଦିନ ଦିପହରେ ଲୁଟ ହେଉଛି। ଖୋଦ ଖଣି ମନ୍ତ୍ରୀ ଗଞ୍ଜାମ ଜିଲ୍ଲା ରୁ ପ୍ରତିନିଧିତ୍ବ କରୁଥିବା ବେଳେ ଦୀପ ତଳ ଅନ୍ଧାର ତେଣୁ ଅନ୍ୟ ଜିଲ୍ଲା କଥା ନକହିବା ଭଲ I ବାଲି ମାଫିଆ ମାନେ ରାଜ୍ୟରେ ସକ୍ରିୟ ଚୋରା ବାଲି ଚାଲାଣ କୁ ରୋକିବା ପାଇଁ ସମୟ କ୍ରମେ କମିଟି ଗଠନ କରାଯାଉଛି ଯାହାକି ଧର୍ମକୁ ଆଖୀଠାର ସଦୃଶ୍ୟଗଞ୍ଜାମ ଜିଲ୍ଲାର ବାଲି ମାଫିଆ ମାନଙ୍କୁ ନା ଇ. ଡି ର ଭୟ ଅଛି ନା ଆଇ. ଟି କିମ୍ବା ସି ବି ଆଇ ର ଭୟ ଅଛି, ମନ୍ତ୍ରୀଙ୍କ ଇସାରା ବିନା କାହାର ଛାଇ ବି ପଡୁନାହିଁ । ଜିଲ୍ଲାର ପାହାଡ଼ ପର୍ବତ ଲୁପ୍ତ ହେବାକୁ ବସିଲାଣି ମାଳ ମାଳ କ୍ରସର କାରଖାନା ଖୋଲା ଯାଉଛି ତଥାପି ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛି । ବିନା କାଗଜ ପତ୍ର ଆଇନ କୁ ହାତକୁ ନେଇ ଏହି ବ୍ୟବସାୟ ଚାଲୁଛି ଅଭିଯୋଗ କରିବେ କାହାକୁ..? ଖଣି ବିଭାଗ ହେଉ କି ତହସିଲ ବଟି ଖାଇ ଚୁପ । ସରକାର ଙ୍କ କୋଟି କୋଟି ଟଙ୍କା ର ରାଜସ୍ବ କ୍ଷତି ହେଉଛି ଏପଟେ ମାଫିଆ ଓ ପ୍ରଶାସନ କଳ ର ରାଜସ୍ବ ବୃଦ୍ଧି ପାଉଛି । ଏବେ ଅନେକ ବ୍ୟକ୍ତି ଟେଣ୍ଡର କୁ ଅପେକ୍ଷା କେବେ ହେବ ବୋଲି ଅପେକ୍ଷା କରିଛନ୍ତି କିନ୍ତୁ ଏହାର ଉତ୍ତର କାହାରି ପାଖରେ ନାହିଁ ଏହା ହେଉଛି କଣ ଡବଲ ଇଞ୍ଜିନ ସରକାର ବୋଲି ସାଧାରଣ ରେ ଆଲୋଚନା ହେଉଛି ।
ତେଣୁ ରାଜ୍ୟ ରାଜସ୍ବ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି...


