Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

Crime: ପରୀକ୍ଷା ଦେବାକୁ ଯାଉଥିବା ବେଳେ ବ୍ଲେଡରେ କଲେଜ ଛାତ୍ରୀଙ୍କୁ ଆକ୍ରମଣ

 


ଗୋପ: କଲେଜ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ । ପରୀକ୍ଷା ଦେବାକୁ ଯାଉଥିବା ସମୟରେ ବ୍ଲେଡରେ ଆକ୍ରମଣ କଲେ ଦୁର୍ବୃତ୍ତ । ଛାତ୍ରୀର ନିଜ ଓଢଣିରେ ତଣ୍ଟି ଚିପି ମାରିଦେବାକୁ ହୋଇଥିଲା ଉଦ୍ୟମ । ଗୋପ ଥାନା ନାଗପୁରରେ ଘଟିଛି ଅଘଟଣ । ତେବେ ଛାତ୍ରୀ ଜଣକ ଗୋପ କଲେଜରେ ଯୁକ୍ତ ୨ ପରୀକ୍ଷା ଦେବାକୁ ଯାଉଥିଲେ । ଘର ଠାରୁ ଦୁଇ ଶହ ମିଟର ଦୂରରେ ତାଙ୍କ ଉପରେ ଆକ୍ରମଣ ହୋଇଛି । ଆକ୍ରମଣ ପରେ ଛାତ୍ରୀ ଜଣକ ଚିତ୍କାର କରିବା ପରେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଂଚି ଉଦ୍ଧାର କରିବା ସହିତ ପ୍ରଥମେ ନାଗପୁର ମେଡିକାଲ ଓ ପରେ ଗୁରୁତର ଅବସ୍ଥାରେ ଗୋପ ମେଡିକାଲରେ ଭର୍ତ୍ତି କରିଛନ୍ତି । ଡାକ୍ତରଙ୍କ ଚିକିତ୍ସା ସମୟରେ ଛାତ୍ରୀ ଜଣକ ବେକରେ ଗଭୀର କ୍ଷତ ରହିଥିବା ଜାଣିବାକୁ ମିଳିଛି । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି । ସେପଟେ ରାଉରକେଲା ବେଦବ୍ୟାସ ସ'ମିଲ ଛକ ନିକଟ ସରକାରୀ ବିଦ୍ୟାଳୟ ପାର୍ଶ୍ଵ ଜଙ୍ଗଲରୁ ଯୁବତୀଙ୍କ ଶବ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ବ୍ରାହ୍ମଣୀତରଙ୍ଗ ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି । ଆଜି ସକାଳୁ ସ୍ଥାନୀୟ ଅଞ୍ଚଳ କିଛି ଲୋକ ଶୌଚ ଯାଇଥିବା ବେଳେ ଯୁବତୀଙ୍କ ଶବ ପଡ଼ିଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ ।


Tags

Post a Comment

1 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS